ସିଂଘୁ ବୋର୍ଡରରେ ଜାରି ରହିଛି କୃଷକଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ପଞ୍ଜାବ ଓ ହରିୟାଣା କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ବୁରାଡ଼ୀର ନିରଙ୍କାରୀ ସମାଗମ ଗ୍ରାଉଣ୍ଡରେ ପ୍ରଦର୍ଶନକାରୀମାନେ ଏକତ୍ରିତ ହୋଇଛନ୍ତି। କୃଷକଙ୍କର ଗୋଟିଏ ଦଳ ସିଂଘୁ ଓ ଅନ୍ୟ ଏକ ଦଳ ଟିକରୀ ବୋର୍ଡରରେ ଜମା ହୋଇଛନ୍ତି। ପ୍ରଦର୍ଶନକାରୀମାନେ ଦିଲ୍ଲୀର ରାମଲୀଳା ମଇଦାନ କିମ୍ବା ଜନ୍ତର ମନ୍ତର ଯିବାକୁ ଜିଦ୍ ଧରିଥିବା ସୂଚନା ମିଳିଛି।

କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ୩ ତାରିଖରେ କୃଷକଙ୍କ ସହ ଆଲୋଚନା କରିବା ନେଇ ସୂଚନା ଦେଇଛନ୍ତି। କିନ୍ତୁ କୃଷକମାନେ ଯଥାଶୀଘ୍ର ଆଲୋଚନା କରି କୃଷି ଆଇନକୁ ଫେରାଇ ନେବା ଦାବିରେ ପ୍ରଦର୍ଶନ ଜାରି ରଖିଛନ୍ତି।

ବିଶେଷ ସୁତ୍ରରୁ ଜଣାପଡ଼ିଛି କି, କୃଷକମାନେ ଆଜି ସିଂଘୁ ବୋର୍ଡରରେ ଏକ ବୈଠକ କରିଛନ୍ତି। ସେମାନେ ଉତ୍ତର ଦିଲ୍ଲୀରେ ପ୍ରଦର୍ଶନ କରିବାକୁ ସ୍ଥିର କରିଥିଲେ ମଧ୍ୟ ସୀମାରେ ହିଁ ପ୍ରଦର୍ଶନ ଜାରି ରଖିବେ ବୋଲି ପଦକ୍ଷେପ ନେଇଛନ୍ତି।