ଟିମ ଇଣ୍ଡିଆର ଆରମ୍ଭରୁ ପରାଜୟ : ୬୬ ରନରେ ଜିତିଲା ଅଷ୍ଟ୍ରେଲିଆ

ସିଡନୀ, ଏଜେନ୍ସି: ଆରମ୍ଭରୁ ପରାଜୟବରଣ କଲା ଟିମ ଇଣ୍ଡିଆ। ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଟିମ ଇଣ୍ଡିଆ ପ୍ରଥମ ମ୍ୟାଚ ହାରିଯାଇଛି। ସିଡନୀରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଘରୋଇ ଅଷ୍ଟ୍ରେଲିଆ ଉଭୟ ବ୍ୟାଟିଂ ଓ ବୋଲିରେ ଦମଦାର ପ୍ରଦର୍ଶନ କରି ଭ୍ରମଣକାରୀ ଭାରତକୁ ୬୬ ରନରେ ପରାସ୍ତ କରିଛି। ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇବା ଅଷ୍ଟ୍ରେଲିଆ। ଦଳ ତରଫରୁ ଅଧିନାୟକ ଆରୋନ ଫିଞ୍ଚ୍ ୧୧୪ ରନ ଓ ଷ୍ଟିଭ ସ୍ମିଥଙ୍କ ୧୦୫ ରନ୍ ବଳରେ ୫୦ ଓଭରରେ ୬ ୱିକେଟ୍ ହରାଇ ୩୭୪ ରନ କରିଥିଲା କଙ୍ଗାରୁ ଦଳ।

ଜବାବରେ ଭାରତ ତରଫରୁ ହାର୍ଦ୍ଦିକ ପାଣ୍ଡ୍ୟା ୯୦ ରନ୍ ଓ ଶିଖର ଧାୱନଙ୍କ ୭୪ ରନର ଅର୍ଦ୍ଧଶତକୀୟ ଇନିଂସ ସତ୍ୱେ ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୮ ରନ କରିବାକୁ ସକ୍ଷମ ହୋଇଛି। ଷ୍ଟିଭ୍ ସ୍ମିଥ ମ୍ୟାନ୍ ଅଫ୍ ଦ ମ୍ୟାଚ ବିବେଚିତ ହେୋଇଛନ୍ତି। ସିରିଜର ଦ୍ୱିତୀୟ ଦିନିକିଆ ନଭେମ୍ବର ୨୯ରେ ସିଡନୀରେ ଖେଳାଯିବ।