କୋରାପୁଟ,ଏନ୍ଏନ୍ଏସ୍ : ପକ୍କା ରାସ୍ତା ନଥିବା ହେତୁ ଅନେକ ସମୟରେ ଗର୍ଭବତୀ ଏବଂ ଅନ୍ୟାନ୍ୟ ରୋଗୀ ଭାରରେ ବୁହା ହେବା ଘଟଣା ନଜରକୁ ଆସିବା ପରେ ଅପହଞ୍ଚ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ବାଇକ୍ ଆମ୍ବୁଲାନସ୍ ଯୋଜନା କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି। ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ପ୍ରଚେଷ୍ଟାରେ ଜିଲ୍ଲାରେ ୮ଟି ବାଇକ ଆମ୍ବୁଲାନ୍ସ ଆସିଛି। ସେଗଡ଼ିକୁ ଦଶମନ୍ତପୁର, ବନ୍ଧୁଗାଁ, ବୋରିଗୁମ୍ମା, ବୈପାରିଗୁଡ଼ା, ଲମତାପୁଟ, କୁନ୍ଦୁଲି, ପଟ୍ଟାଙ୍ଗୀ ଓ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ ଡିପିଏମ ଶୁଭକାନ୍ତ ଗନ୍ତାୟତ ସୂଚନା ଦେଇଛନ୍ତି। ଫଳରେ ଦୁର୍ଗମ ଅଞ୍ଚଳର ରୋଗୀ ଭାର ବଦଳରେ ବାଇକ ଆମ୍ବୁଲାନ୍ସରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିପାରିବେ।