ଜଙ୍ଗଲ ନଷ୍ଟ ନେଇ ବନାଞ୍ଚଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ

ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫୁଲବାଣୀ ବନାଞ୍ଚଳର ବିଶିପଡ଼ା ବିଟ୍ ହାସର ଟିଟ୍ରାପଙ୍ଗା ନିକଟସ୍ଥ କୁଡ଼ାପଡ଼ା ମୌଜାର ଝାରସିଙ୍ଗ୍ ଜଙ୍ଗଲରୁ ମୂଲ୍ୟବାନ ଗଛ କଟାଯିବା ସହିତ କେତେକ ଏହାକୁ ଜବରଦଖଲ କରୁଥିବା ନେଇ ଗ୍ରାମବାସୀ ଫୁଲବାଣୀ ବନାଞ୍ଚଳ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣାର ତଦନ୍ତ କରିବା ସହ ଜଙ୍ଗଲ ନଷ୍ଟକାରୀଙ୍କୁ ଜଙ୍ଗଲ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ୱାର୍ଡ଼ ମେମ୍ବର ଗୀତାଞ୍ଜଳୀ କହଁର, ଭୀମସେନ କହଁର, ଲବ କହଁର, ମନୋହର କହଁର , ସୁନିତା କହଁର , କିଶୋର ଚନ୍ଦ୍ର କହଁର , ଲକ୍ଷ୍ମଣ କହଁର, ତ୍ରିବେଣୀ କହଁର , ଯୁବତୀ କହଁର , ଚୌଧୁରୀ ଦଳଛତ୍ର , କୁନ୍ତଳା କହଁର , ଦମୟନ୍ତୀ କହଁର , ସାଇବେଣୀ କହଁର ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।