କୋରାପୁଟ,ଏନ୍ଏନ୍ଏସ୍ : ସୁନାବେଡ଼ା ପୁଲିସ୍ ଓ ଭୁବନେଶ୍ୱରରୁ ଆସିଥିବା ଏସଟିଏଫ୍ ଟିମ୍ ୨୧୧ କିଲୋ ଗଞ୍ଜେଇ ଜବତ କରି ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନନ୍ଦପୁର ଥାନା ହାଡ଼ିଗୁଡ଼ା ଗ୍ରାମର ଗୋବିନ୍ଦ ଖରା(୩୩) ବୋଲି ଜଣାପଡ଼ିଛି। ଗୋବିନ୍ଦ ଏକ ବାଇକରେ ଗଞ୍ଜେଇ ନେଇ କୋରାପୁଟ ଆଡ଼କୁ ଯାଉଥିବାବେଳେ ସୁନାବେଡ଼ା ପାନ୍ଥିକା ଛକରେ ଏସଟିଏଫ୍ ଓ ସୁନାବେଡ଼ା ପୁଲିସ ତାଙ୍କୁ ଗିରଫ କରିଥିଲା। ଗଞ୍ଜେଇ ସହ ପୁଲିସ ଗୋବିନ୍ଦ ନିକଟରୁ ଗୋଟିଏ ମୋବାଇଲ୍ ଫୋନ୍ ଓ ବାଇକ୍ ଜବତ କରିଛି।