ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ : ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୟାଗଡ଼ର ୫ ବର୍ଷର ଝିଅ ପରୀର ମୃତ୍ୟୁକୁ ନେଇ ଆଜି ବିଧାନସଭାରେ ହଙ୍ଗାମା ହେବା ପରେ ମନ୍ତ୍ରୀ ଅରୁଣ ସାହୁ ଗୃହରେ ବିବୃତି ରଖିଛନ୍ତି। ଅରୁଣ କହିଛନ୍ତି ଯେ, ପରୀ ହତ୍ୟା ଘଟଣା ମୋତେ ଗଭୀର ଭାବେ ମର୍ମାହତ କରିଛି। ତେଣୁ ହିଂସାକୁ ବିରୋଧ କରି କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରୁଛି। ଯିଏ ବି ଏହି ଘଟଣା ପଛରେ ଜଡ଼ିତ ଥାଆନ୍ତୁ ନା କାହିଁକି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ ବୋଲି ଅରୁଣ କହିଛନ୍ତି।

ସୂଚନାଯୋଗ୍ୟ, ଅରୁଣଙ୍କ ବିବୃତି ସମୟରେ ଗୃହରେ ହୋହଲ୍ଲା ଜାରି ରହିଥିଲା। ସେଥିପାଇଁ ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।