ଖଜୁରିପଡ଼ା,ଏନ୍ଏନ୍ଏସ୍: ଜମି ବିବାଦ ଯୋଗୁଁ ଦୀର୍ଘ ୫୦ ବର୍ଷହେଲା ଗୁମି ଗାଁକୁ ରାସ୍ତା ନିର୍ମାଣ ହୋଇ ପାରୁନଥିଲା। ନିକଟରେ ଗ୍ରାମର ହୋଇଥିବା ଏକ ବୈଠକରେ ଯେଉଁ ଜମିକୁ ନେଇ ବିବାଦ ଦେଖାଯାଇଥିଲା ଉକ୍ତ ଜମିର ମାଲିକ ରାସ୍ତା ପାଇଁ ଜମି ଛାଡ଼ିବାକୁ ରାଜି ହେବାପରେ ଏବେ ଗୁମି ଗ୍ରାମର ଖୁସିର ଲହରି ଖେଳିଯାଇଛି। କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକର ଉକ୍ତ ଜମିର ମାଲିକ ବାଲେଶ୍ୱର ମଲିକ ଏବଂ ତାଙ୍କ ପୁଅ ସଞ୍ଜୟ ମଲିକଙ୍କ ଆଜି ଖଜୁରିପଡ଼ା ବ୍ଲକ୍ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
