ରୁଟି କାରଖାନାରୁ ୪ ନାବାଳକ ଉଦ୍ଧାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶିଶୁ ସୁରକ୍ଷା ବିଭାଗ ଏୟାରଫିଲ୍ଡ ପୁଲିସ ସହାୟତାରେ ଭୁବନେଶ୍ୱର ପଲାସପାଲି ଠାରେ ଥିବା ଏକ ରୁଟି କାରଖାନାରୁ ୪ ଜଣ ନାବାଳକଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୩ ଜଣ ୧୪ ବର୍ଷରୁ କମ୍ ହୋଇଥିବାବେଳେ ଜଣେ ୧୫ ବର୍ଷର ଓ ସମସ୍ତେ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି।

ପୁଲିସ ସୂଚନା ଅନୁସାରେ ଏହି ନାବାଳକ ମାନଙ୍କୁ ଉକ୍ତ ରୁଟି କାରଖାନା ମାଲିକ ମନୋଜ ଗୌଡା କାମ କରାଇବା ପାଇଁ ସେମାନଙ୍କ ଗାଁରୁ ଆଣିଥିଲେ।

ଉଦ୍ଧାର ପରେ ସେମାନଙ୍କୁ ଅଡିଲ ଶିଶୁ ସୁରକ୍ଷା କମିଟି ନିକଟରେ ହାଜର କରାଇବା ପରେ ରୁଚିକା ଆଶ୍ରୟସ୍ଥଳୀରେ ରଖାଯାଇଛି। ସେମାନଙ୍କ କହିବା ଅନୁସାରେ ସ୍କୁଲ ଛୁଟି ଥିବାବେଳେ କରୋନା ଲକଡାଉନ ଯୋଗୁଁ ତାଙ୍କ ପରିବାର ଚଳିବା କଷ୍ଟକର ହୋଇଯାଇଥିଲା। ଫଳରେ ସେମାନେ କାମ କରିବାକୁ ଆସିଥିଲେ। ସେଠାରେ କାରଖାନା ମାଲିକ ମାସକୁ ୪ ହଜାର ଟଙ୍କା ଦେଉଥିବା କହିଥିଲେ।