ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ବାଇକ : ୨ ଯୁବକ ମୃତ

ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମର ବାମୁଣୀ ନାଳ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ମିିଳିଥିବା ରିପୋର୍ଟ ମୁତାବିକ, ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ବୁଦା ଭିତରକୁ ପସି ପଥରରେ ପିଟି ହବା ଯୋଗୁ ଘଟଣାସ୍ଥଳରେ ହିଁ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣା ମଧ୍ୟରାତ୍ରରେ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଆଜି ସକାଳୁ ସ୍ଥାନୀୟ ଲୋକ ଏହା ଦେଖି ପୁଲିସକୁ ଜଣାଇଥିଲେ। ପରେ ପୁଲିସ ଘଟଣା ସ୍ଥଳରେ ପହଂଚି ୨ଟି ମୃତଦେହ ସହ ଏକ ପେସନ ପ୍ରୋ ବାଇକ ଉଦ୍ଧାର କରିଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ନାମ ମୁକୁନ୍ଦ ଜାନି ଓ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ ।