ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୮ ତାରିଖରେ ସିରମ ଇନଷ୍ଟିଚ୍ୟୁ ଗସ୍ତ କରିବେ। ସିରମ ଇନଷ୍ଟିଚ୍ୟୁଟରେ କୋଭିସିଲ୍ଡ ନାମକ ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଜାରି ରହିଛି। କିନ୍ତୁ ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରସ୍ତୁତ କରିଥିବା ଏହି ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଅନ୍ୟ ଦେଶରେ ସରିବା ସହ ମଞ୍ଜୁରୀ ପାଇଁ ୟୁକେ ଅଥୋରିଟୀ ସାମ୍ନାରେ ପ୍ରସ୍ତାବ ରଖିସାରିଲେଣି।
ସୂଚନାଯୋଗ୍ୟ, ସିରମ ଇନଷ୍ଟିଚ୍ୟୁଟ ମଧ୍ୟ ଭ୍ୟାକ୍ସିନ ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ୱିତ କରିଦେଇଛି। ଫଳରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସରିବା ବେଳକୁ ମଞ୍ଜୁରୀ ସହ ଯଥାଶୀଘ୍ର ଭ୍ୟାକ୍ସିନକୁ ବଜାରକୁ ଛାଡ଼ି ହେବ। ସେଥିପାଇଁ ସେମାନଙ୍କ ଉତ୍ସାହକୁ ବଢ଼ାଇବା ଲାଗି ମୋଦୀ ୨୮ ତାରିଖରେ ସିରମ ଇନଷ୍ଟିଚ୍ୟୁଟ ଯିବେ। ଆଉ ସେଠାରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ।