ମାନିଲେନି ପ୍ରଶାସନର କଟକଣା, ଏକତ୍ର ହେଲେ ଶହଶହ ଛଟ୍ ବ୍ରତଧାରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛଟ ପୂଜା ପାଳନରେ ପ୍ରଶାସନ ପକ୍ଷରୁ କଣାକଣା ଲଗାଯାଇଥିଲା। କୌଣସି ନଦୀ ତଥା ପୋଖରୀ ଘାଟରେ ୫ ଜଣରୁ ଅଧିକ ଏକତ୍ରିତ ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହାକୁ ଉଲଙ୍ଘନ କରି ଆଜି ଚୌକିପଡା ପୋଖରୀ ନିକଟରେ ଶହଶହ ଛଟ୍ ବ୍ରତଧାରୀ ଏକତ୍ର ହୋଇଥିଲେ। ପ୍ରଶାସନ ପକ୍ଷରୁ ପୋଖରୀ ତଥା ନଦୀ ଘାଟଗୁଡିକରେ ଧାରା ୧୪୪ ଲାଗୁ କରାଯାଇ ପୁଲିସ ମୁତୟନ କରାଯାଇଥିଲେ ହେଁ ଶହଶହ ଶ୍ରଦ୍ଧାଳୁଙ୍କୁ ସେମାନେ ରୋକିବାରେ ଅସମର୍ଥ ହୋଇଛନ୍ତି। ପରବର୍ତି ସମୟରେ ଲୋକଙ୍କ ଭିଡକୁ ରୋକିବା ପାଇଁ ଝାରସୁଗୁଡା ଏସଡିପିଓ କୈଳାସ ଆଚାର୍ଯ୍ୟ ଓ ପୁଲିସ ଫୋର୍ସ ପହଞ୍ଚି କିଛି ଲୋକଙ୍କୁ ଅଟକ ରଖିବାସହ ଭିଡକୁ ନିୟନ୍ତ୍ରଣ କରିଥିଲେ।