କୋରାପୁଟ,ଏନ୍ଏନ୍ଏସ୍ : ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ସମ୍ବାଇ ପଞ୍ଚାୟତର ସୁନାବେଡ଼ାରେ ପୁଣି ଆନ୍ଧ୍ରପ୍ରଦେଶର ଗ୍ରାମବାସୀ ଦାଦାଗିରି ଆରମ୍ଭ କରିଛନ୍ତି। ଦୁଇ ରାଜ୍ୟର ସୀମାରେ ଆନ୍ଧ୍ରବାସୀ ପଥର ଗଦା କରିବା ସହ ଗଛରେ ପତାକା ଉଡ଼େଇ ବିବାଦ ବୃଦ୍ଧି କରୁଥିବା ଜଣାପଡ଼ିଛି। ବୁଧବାର ଉଭୟ ରାଜ୍ୟର ରାଜସ୍ୱ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇ ଦୁଇ ରାଜ୍ୟବାସୀଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଗୁରୁବାର ରାଜସ୍ୱ ନିରୀକ୍ଷକ ଯାଇ ଷ୍ଟୋନ୍ ଭେରିଫେକସନ କରିଥିଲେ।