ତହସିଲରେ ନିଆଁ ଲଗାଇଲେ ଦୁର୍ବୃତ୍ତ

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁରର ରେଙ୍ଗାଲି ତହସିଲ ଅଫିସରେ ଆଜି ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଫଳରେ ଅଫିସରେ ଥିବା କାଗଜପତ୍ର ଓ ଆସବାବପତ୍ର ପୋଡ଼ି ଯାଇଛି।

ଖବରପାଇ ରେଙ୍ଗାଲି ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ଅଫିସର କାଗଜପତ୍ର ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା।

ଏନେଇ ପୁଲିସ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ଦୁର୍ବୃତ୍ତ ଜଣଙ୍କ କାହିଁକି ଏଭଳି କାଣ୍ଡ ଭିଆଇଲେ ତାହା ସ୍ପଷ୍ଟ ହୋଇପାରିନାହିଁ।