ଜେଲ୍ ଛାତରୁ ପଡି ବିଚାରାଧୀନ କଏଦୀ ମୃତ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ବାଣପୁର ସବ-ଜେଲରେ ଅଘଟଣ। ଜେଲ୍ ଛାତରୁ ପଡି ବିଚାରାଧୀନ କଏଦୀ ମୃତ। ମୃତ କଏଦୀର ଜଣଙ୍କ ଶିବୁନ କିସ୍କୋ। ସେ ଗତକାଲି ଝାରପଡା ଜେଲରୁ ବାଣପୁର ସ୍ଥାନାନ୍ତରିତ ହୋଇଥିଲେ।

ବାଣପୁର ସବ-ଜେଲର ପ୍ରଥମ ମହଲା ଛାତରୁ ଗତକାଲି ସଂଧ୍ୟା ସମୟରେ ସେ ଗଳିପଡି ଥିଲେ। ତାଙ୍କୁ ଜେଲ୍‌ କର୍ମଚାରୀ ବାଣପୁର ମେଡିକାଲକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଜେଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ଜେଲ୍ ପରିସରରେ କଏଦୀଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଣପୁର ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି କଏଦୀ ଜଣଙ୍କ ଅସାବଧାନତା ଯୋଗୁଁ ଛାତରୁ ଗଳି ପଡିଛନ୍ତି କି ନିଜେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।