Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସ୍ୱୀକୃତିପ୍ରାପ୍ତ କରୋନା ଯୋଦ୍ଧାଙ୍କ ସନ୍ତାନଙ୍କୁ ଏମବିବିଏସ, ବିଡିଏସ ନାମଲେଖାରେ ମିଳିବ ସଂରକ୍ଷଣ ସୁବିଧା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସ୍ୱୀକୃତିପ୍ରାପ୍ତ କରୋନା ଯୋଦ୍ଧାଙ୍କ ସନ୍ତାନଙ୍କୁ ଏମବିବିଏସ, ବିଡିଏସ ନାମଲେଖାରେ ମିଳିବ ସଂରକ୍ଷଣ ସୁବିଧା

ନୂଆଦିଲ୍ଲୀ,ଏଜେନ୍ସି: ଆଜକୁ ପ୍ରାୟ ଆଠ ମାସ ଧରି ଦେଶବ୍ୟାପୀ କରୋନା ରୋଗୀଙ୍କ ଚିକିତ୍ସାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଜକୁ ଉତ୍ସର୍ଗୀକୃତ କରିଥିବା ସ୍ୱୀକୃତିପ୍ରାପ୍ତ କରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇବା ଏବଂ ସେମାନଙ୍କର ଏଭଳି ଅନନ୍ୟ ଅବଦାନକୁ ସ୍ୱୀକୃତି ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ନୂତନ ବ୍ୟବସ୍ଥା ଆପଣେଇବାକୁ ଯାଉଛନ୍ତି। ଚଳିତବର୍ଷ ଏମବିବିଏସ ଓ ବିଡିଏସ ଡାକ୍ତରୀ ପାଠ୍ୟକ୍ରମର ନାମଲେଖା ପ୍ରକ୍ରିୟାରେ ଏଭଳି କରୋନା ଯୋଦ୍ଧାଙ୍କ ସନ୍ତାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଗୁରୁବାର ଏଠାରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୨୦୨୦-୨୧ ଶିକ୍ଷାବର୍ଷରେ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।

ସଂରକ୍ଷଣ ବ୍ୟବସ୍ଥାରେ ଏହି ନୂତନ ବର୍ଗକୁ ‘ୱାର୍ଡସ ଅଫ୍ କୋଭିଡ ୱାରିୟର୍ସ’ ବୋଲି ଆଖ୍ୟା ଦିଆଯାଇଛି। ପୁନଶ୍ଚ କରୋନା ଯୋଦ୍ଧାଙ୍କ ନିମନ୍ତେ ବ୍ୟକ୍ତିଗତ ୫୦ ଲକ୍ଷ ଟଙ୍କାର ବୀମା ଯୋଜନା ସମ୍ପର୍କରେ ଘୋଷଣା କରିବା ସମୟରେ ହର୍ଷବର୍ଦ୍ଧନ କେନ୍ଦ୍ର ସରକାରଙ୍କ ଦ୍ୱାରା ‘କରୋନା ଯୋଦ୍ଧା’ଙ୍କ ସଂଜ୍ଞାକୁ ଦୋହରାଇଛନ୍ତି। କରୋନା ୱାର୍ଡରେ କାର୍ଯ୍ୟରତ ଡାକ୍ତର, ନର୍ସଙ୍କ ବ୍ୟତୀତ କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ, ଘରୋଇ ହାସପାତାଳର କର୍ମଚାରୀ, ସ୍ୱେଚ୍ଛାସେବୀ, ପୌର ନିଗମରେ କାର୍ଯ୍ୟରତ ସ୍ଥାୟୀ, ଅସ୍ଥାୟୀ ଓ ଚୁକ୍ତିଭିତ୍ତିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ମାନ୍ୟତା ମିଳିବ। ଏହାବ୍ୟତୀତ ରାଜ୍ୟ/କେନ୍ଦ୍ର/କେନ୍ଦ୍ରଶାସିତ ଅଞ୍ଚଳର ପ୍ରମୁଖ ସରକାରୀ ହାସପାତାଳ ଓ ଏମ୍ସ ଭଳି ଦେଶର ଗୁରୁତ୍ୱପୂର୍ଣ୍ଣ ହାସପାତାଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ୱତନ୍ତ୍ରଭାବେ ଡାକରା ପାଇ କରୋନା ରୋଗୀଙ୍କୁ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ଏହି ତାଲିକାଭୁକ୍ତ ହେବେ। ତେବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କେଉଁ ମାନଙ୍କୁ ଏହି ମାନ୍ୟତା ମିଳିବ, ତାହା ସଂପୃକ୍ତ ସରକାର ନିଷ୍ପତ୍ତି ନେବେ ବୋଲି ହର୍ଷବର୍ଦ୍ଧନ କହିଛନ୍ତି।

ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ସର୍ବଭାରତୀୟସ୍ତରରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ନିଟ୍ (ନ୍ୟାସନାଲ ଏଲିଜିବିଲିଟୀ କମ୍ ଏଣ୍ଟ୍ରାସ ଟେଷ୍ଟ)ରେ ମିଳିଥିବା ରାଙ୍କକୁ ଆଧାର କରି ମେଡିକାଲ କାଉନସିଲ କମିଟି କରୋନା ଯୋଦ୍ଧାଙ୍କ ସନ୍ତାନଙ୍କର ମେଧା ତାଲିକା ପ୍ରସ୍ତୁତ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ କରୋନା ରୋଗୀଙ୍କୁ ଚିକିତ୍ସା କରିବା ସମୟରେ ଅନେକ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ନିଜେ କରୋନାରେ ସଂକ୍ରମିତ ହେବାସହିତ କେତେକ କ୍ଷେତ୍ରରେ ସେମାନେ ପ୍ରାଣ ହରାଇଥିବାର ମଧ୍ୟ ଏକାଧିକ ଦୃଷ୍ଟାନ୍ତ ରହିଛି।