Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଗାମୀ ୩ ବର୍ଷରେ ୧ ହଜାର ଏଲଏନଜି ଇନ୍ଧନ ଷ୍ଟେସନ ପ୍ରତିଷ୍ଠା କରିବାକୁ ଯୋଜନା: ଧର୍ମେନ୍ଦ୍ର ପ୍ରଧାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଗାମୀ ୩ ବର୍ଷରେ ୧ ହଜାର ଏଲଏନଜି ଇନ୍ଧନ ଷ୍ଟେସନ ପ୍ରତିଷ୍ଠା କରିବାକୁ ଯୋଜନା: ଧର୍ମେନ୍ଦ୍ର ପ୍ରଧାନ

ଦେଶରେ ପ୍ରଥମ ୫୦ଟି ଏଲଏନଜି ଇନ୍ଧନ ଷ୍ଟେସନର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ସ୍ୱଚ୍ଛ ଇନ୍ଧନର ଉପଲବ୍ଧି ତଥା ଉପଲବ୍ଧିକୁ ବଢ଼ାଇବା ପାଇଁ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମିକୁ ମଜବୁତ୍ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ । ଆଗାମୀ ୩ ବର୍ଷ ମଧ୍ୟରେ ଦେଶର ପ୍ରମୁଖ ରାଜପଥ, ଶିଳ୍ପ କୋରିଡର ଏବଂ ଖଣି ଅଞ୍ଚଳ ମାନଙ୍କରେ ୧ ହଜାର ଏଲଏନଜି ଇନ୍ଧନ ଷ୍ଟେସନ ପ୍ରତିଷ୍ଠା କରାଯିବାର ଯୋଜନା କରାଯାଉଛି ବୋଲି ଗୁରୁବାର ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଦେଶରେ ପ୍ରଥମ ୫୦ଟି ଏଲ୍ଏନ୍ଜି ଇନ୍ଧନ ଷ୍ଟେସନ ସ୍ୱର୍ଣ୍ଣ ଚତୁର୍ଭୁଜ ଏବଂ ପ୍ରମୁଖ ଜାତୀୟ ରାଜପଥରେ ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାର ଏଲଏନଜିକୁ ଅଧିକ ପ୍ରାଥମିକତା ଦେଉଛନ୍ତି।

ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ରାଜପଥ ଗୁଡିକରେ ୫୦ଟି ଏଲଏନଜି ଇନ୍ଧନ ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ଦିଗରେ ବଡ ପଦକ୍ଷେପ । େ ତ÷ଳ ଓ ଗ୍ୟାସ ଉଦ୍ୟୋଗ ସଂସ୍ଥା ଯଥା ଇଣ୍ଡିଆନ ଅଏଲ, ଏଚପିସିଏଲ, ଗେଲ୍ ଇଣ୍ଡିଆ, ପେଟ୍ରୋନେଟ୍ ଏଲଏନଜି ଓ ଗୁଜୁରାଟ ଗ୍ୟାସ, ଯୌଥ ଉଦ୍ୟୋଗ କମ୍ପାନୀ ତଥା ସହାୟକ କମ୍ପାନୀ ଗୁଡ଼ିକ ସହଯୋଗରେ ଏହି ସବୁ ଏଲଏନଜି ଷ୍ଟେସନ ପ୍ରତିଷ୍ଠା କରାଯିବ । ଉର୍ଜା ଦକ୍ଷତା ଦୃଷ୍ଟିରୁ ପରିବହନ ଇନ୍ଧନ ଭାବରେ ଏଲଏନଜିର ବ୍ୟବହାର ଦ୍ୱାରା ଏକାଧିକ ଲାଭ ଅଛି । ଏଲଏନଜିର ବ୍ୟବହାର ବଢ଼ିଲେ ଦେଶରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇବ । ଏଲଏନଜି କ୍ଷେତ୍ରରେ ଦେଶରେ ଆମଦାନୀ କମିବା ସହ ଏହି ଇନ୍ଧନକୁ ବ୍ୟବହାର କରାଯାଇ ଜାହାଜ ଏବଂ ଗାଡି ନିର୍ମାଣ କରୁଥିବା ସଂସ୍ଥା ତଥା ଗ୍ୟାସ କ୍ଷେତ୍ରରେ ବ୍ୟାପକ ଅର୍ଥ ସଞ୍ଚୟ କରାଯାଇପରିବ । ପରିବହନ କ୍ଷେତ୍ରରେ ଏଲଏନଜିର ଅଭିବୃଦ୍ଧି ଘଟିଲେ ଏହା ରୋଜଗାର, ଦକ୍ଷତା ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ସହାୟକ ହୋଇପାରିବ । ପରିବହନ କ୍ଷେତ୍ରରେ ଏଲଏନଜି ଆଗାମୀ ଭବିଷ୍ୟତର ଇନ୍ଧନ ବୋଲି ସେ କହିଛନ୍ତି।

ଏଲଏନଜି ଡିଜେଲ ଠାରୁ କେବଳ ୪୦ ପ୍ରତିଶତ ଶସ୍ତା ଇନ୍ଧନ ନୁହେଁ ବରଂ ପ୍ରଦୂଷଣର ମାତ୍ରାକୁ ମଧ୍ୟ କମ୍ କରିଥାଏ। ଏକ ଭାରୀ ଯାନ ଇନ୍ଧନ ଭାବରେ ଏଏଲଜି ନୂତନ ଗ୍ୟାସ୍ ଚାହିଦା ସୃଷ୍ଟି କରିପାରିବ । ଫଳରେ ଉର୍ଜା ମିଶ୍ରଣରେ ପ୍ରାକୃତିକ ଗ୍ୟାସର ଅଂଶକୁ ୧୫ ପ୍ରତିଶତକୁ ବୃଦ୍ଧି କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ଥାୟୀ ବିକାଶ, ଅଙ୍ଗାରକାମ୍ଳ ହ୍ରାସ ଓ ସ୍ୱଚ୍ଛ ଉର୍ଜା ଦିଗକୁ ଅଗ୍ରସର ହେବାର ପ୍ରତିବଦ୍ଧତାକୁ ପୂରଣ କରିବା ପାଇଁ ବୈପ୍ଳବିକ ପଦକ୍ଷେପ ନେଇଥିବାରୁ ଶ୍ରୀ ପ୍ରଧାନ ତୈଳ ଓ ଗ୍ୟାସ ଶିଳ୍ପର ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।