ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ସ୍ଥିତ ଟିଆରଏଲ ଏସବିଆଇ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ର ସଭାଗୃହରେ ଗୁରୁବାର ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଲଖନପୁର ବ୍ଲକ୍ ବିଡିଓ ସଞ୍ଜୀବ କୁମାର ପଟେଲ ମୁଖ୍ୟ ଅତିଥି ଓ ଟିଆରଏଲ୍ ଏସବିଆଇ ଗ୍ରମିଣ ଆତ୍ମନିଯୁକ୍ତିି ତାଲିମ କେନ୍ଦ୍ରର ଅଧ୍ୟକ୍ଷ ରାଜକୁମାର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।
ଏହି ଅବସରରେ ମଣିଷ ସମାଜ ପାଇଁ ଗାଈର ଉପକାରିତା ଓ ଆବଶ୍ୟକତା ଉପରେ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଗିରିଜା ଶଙ୍କର ମହାନ୍ତି ଆଲୋଚନା କରିଥିଲେ। ପ୍ରାଣୀ ଚିକିତ୍ସକ ଡ. ସୁଧାଂଶୁ ପଟଲେ, ଡ. ସନ୍ଦିପ୍ତା ମୁଣ୍ଡା, ଡ. ହିମାଂଶୁ ଦେବ୍, ଡ. ଅଜୟ କୁମାର ପ୍ରଧାନ, ଡ. ଦେବାଶିଷ ମୁଣ୍ଡା, ସୁରେଶନ ଭୋଇ, ଶଙ୍କର ଧୁରୁଆ, ଟିକଶ୍ୱେର କାହାଳି ଓ ଅକ୍ଷୟ ଭୋଇ ପ୍ରମୁଖଙ୍କସହ ଜିଲ୍ଲାର ବିଭିନ୍ନ ଗ୍ରାମର ଗୋ ଚାଷୀମାନେ ଉପସ୍ଥିତ ଥିଲେ