ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ସଇଁନ୍ତଳା ବ୍ଲକ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ କନ୍ୟା ଆଶ୍ରମ ସ୍କୁଲରେ ସଇଁନ୍ତଳା ପଞ୍ଚାୟତ ସମିତି ବୈଠକ ବ୍ଲକ ଅଧ୍ୟକ୍ଷା ଅହଲ୍ୟା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି ଚନ୍ଦ୍ର ବର୍ଦ୍ଧନ ପୁରୋହିତ, ସଇଁନ୍ତଳା ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ, ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡ୍ୱ ସାହୁ, ବଲାଙ୍ଗିର ସାଂସଦ ଙ୍କ ପ୍ରତିନିଧି ଅକ୍ଷୟ ରଣା ପ୍ରମୁଖ ଯୋଗ ଦେଇଥିଲେ। ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ କହିଥିଲେ ଯେ, କୁଟ୍ରାମୁଣ୍ଡା ସ୍କୁଲ ସମସ୍ୟା ଦୀର୍ଘ ୪ ବର୍ଷ ଧରି ବୈଠକରେ ଉପସ୍ଥାପନ କରାଯାଉ ଥିଲେ ମଧ୍ୟ କିଛି ସୁଫଳ ମିଳୁନି। ଅନ୍ୟପକ୍ଷରେ ୨୦୧୯ମସିହାରେ ବନ୍ୟା ସହାୟତା ରାଶି ଗୁଡିକ ବିଭିନ୍ନ ଲୋକଙ୍କ ଖାସ୍ତରେ ଘର ନ ଭାଙ୍ଗିକି ଟଙ୍କା ପଡି ଥିବା ବେଳେ ଏକ ୫ ଜଣିଆ ଟିମ ଗଠନ କରାଯାଇଛି ଓ ତାହାର ତଦନ୍ତ କରାଯିବ ବୋଲି ଶ୍ରୀ ଭୋଇ କହିଛନ୍ତି। ଏହି ବୈଠକରେ ପଞ୍ଚାୟତ ସମସ୍ତ ସମିତି ସଭ୍ୟ, ସଭ୍ୟା, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।