୧୭୦ ଏକର ଜମିରୁ ଗଞ୍ଜେଇ ଗଛନଷ୍ଟ

ଫିରିଙ୍ଗିଆ,ଗୋଛାପଡା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଓ ଗୋଛାପଡ଼ା ଥାନା ଅଞ୍ଚଳରେ ଆଜି ଦ୍ୱିତିୟ ଥର ପାଇଁ ଗଞ୍ଜେଇ ଗଛକଟା ହୋଇଛି। ଉକ୍ତ ପଞ୍ଚାୟତର କାଣିବାଲି ଓ ଉରମାଗଡ଼ ଗ୍ରାମ ନିକଟ ଜଙ୍ଗଲରେ ଲାଗିଥିବା ପ୍ରାୟ ୧୭୦ ଏକର ଜମିରୁ ପ୍ରାୟ ୧ କୋଟି ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଥିବା ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକ ସୂଚନା ଦେଇଛନ୍ତି। ମାଜିଷ୍ଟ୍ରେଟ୍ ଭାବେ ଫୁଲବାଣୀ ଅତିରିକ୍ତ ତହସିଲଦାର ଅନିତା ସାହୁଙ୍କ ଉପସ୍ଥିତିରେ ୨ ପ୍ଳାଟୁନ୍ ପୁଲିସ୍ ଫୋର୍ସ , ୭୦ଜଣ ଶ୍ରମିକ ଓ ଅବକାରୀ ବିଭାଗର କର୍ମଚାରୀ ସମେତ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।