ବରଗଡ଼,ଏନ୍ଏନ୍ଏସ୍: ବୀମାରାଶିରୁ ବଞ୍ଚିତ ଝାରବନ୍ଧ ବ୍ଲକର ତିନୋଟି ପଞ୍ଚାୟତକୁ ତୁରନ୍ତ ବୀମା ଟଙ୍କା ପ୍ରଦାନ କରିବାକୁ ବୀର ସୁରେନ୍ଦ୍ର ସାଏ କୃଷକ ମହାସଂଘ ତରଫରୁ ଦାବି କରାଯାଇଛି। କୃଷକ ମହାସଂଘ ତରଫରୁ ବରଗଡ଼ ଜିଲ୍ଲାପାଲଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବା ସହ ୨୦୧୯-୨୦ ବର୍ଷରେ ଏସିଏଫ ଯୋଗୁଁ ଝାରବନ୍ଧ ବ୍ଲକର କୁମୀର, ଗୋଠୁଗୁଡା, କୁର୍ଲୁପାଲି ପଞ୍ଚାୟତର ଚାଷୀମାନେ ବୀମା ରାଶି ପାଇବାରୁ ବଞ୍ଚିତ ରହିଛନ୍ତି । ଯାହାକୁ ନେଇ କୃଷକ ମହାସଂଘ ତରଫରୁ ଏସିଏଫ ହଟାଯାଇ ଚାଷୀମାନଙ୍କୁ ବୀମା ରାଶି ପ୍ରଦାନ କରାଯିବାକୁ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ମହାସଂଘର ସଭାପତି ବ୍ରଜମୋହନ ସାହୁ , ସମ୍ପାଦକ ନାରାୟଣ ମଛେଇ ପ୍ରମୁଖ ଉପସ୍ଥିତ ଥିଲେ।