ନୂଆଦିଲ୍ଲୀ,ଏଜେନ୍ସି: ବର୍ତ୍ତମାନ ଦିଲ୍ଲୀରେ ଲକଡାଉନ କରିବା ଅପେକ୍ଷା ମାସ୍କ ପିନ୍ଧି କରୋନାକୁ ନିୟନ୍ତ୍ରଣ କରିବା ଜରୁରୀ ହୋଇପଡ଼ିଛି। ଦେଶରେ ଗତ ମାର୍ଚ୍ଚ ମାସଠାରୁ କରୋନା ସଂକ୍ରମଣ ବ୍ୟାପିବା ପରଠାରୁ ସବୁ ସରକାରୀ ଓ ବେସରକାରୀ ସଂସ୍ଥା କ୍ଷତି ସହି ଆସୁଛନ୍ତି। ଫଳରେ ଦେଶର ଅର୍ଥନୀତିରେ ଖୁବ୍ ପ୍ରଭାବିତ ହୋଇଛି। ଏହାକୁ ନଜରରେ ରଖି ଦିଲ୍ଲୀରେ ଆଉ ଲକଡାଉନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି।
ଅପରପକ୍ଷରେ ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜାତୀୟ ରାଜଧାନୀରେ କରୋନା ନିୟନ୍ତ୍ରଣର ସମୀକ୍ଷା କରି ଦିଲ୍ଲୀରେ ବେଡ଼ ସଂଖ୍ୟା ବୃଦ୍ଧି କରିବାକୁ କହିଥିଲେ। ସେହିପରି ଆରଟି-ପିସିଆର ଟେଷ୍ଟ ସଂଖ୍ୟାକୁ ମଧ୍ୟ ବଢ଼ାଇବାକୁ କହିଥିଲେ।
ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ କରୋନାର ତୃତୀୟ ଲହରୀ ଦିଲ୍ଲୀ ଅତିକ୍ରମ କରିଛି। ଜୁନ୍ ମଧ୍ୟରେ ସକାରାତ୍ମକ ହାର ହାରାହାରି ୩୭ ପ୍ରତିଶତ ରହିଥିବା ବେଳେ ତୃତୀୟ ପର୍ଯ୍ୟାୟରେ ପଜିଟିଭ ହାର ୧୫ ପ୍ରତିଶତ ରହିଥିବା ଜଣାପଡ଼ିଛି। ଏଥିସହ ସେ କହିଛନ୍ତି ଯେ ଗତକାଲି ଦିଲ୍ଲୀରେ ୩୨୩୫ ଜଣଙ୍କର କରୋନା ପଜିଟିଭ ରିପୋର୍ଟ ଆସିଥିଲା। ୭୬୦୬ ଜଣ ପୂର୍ବରୁ ସଂକ୍ରମିତ ଆରୋଗ୍ୟ ହୋଇଥିଲେ। ସେଠାରେ ୯୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ଦିଲ୍ଲୀରେ ୮୭୦୦ ଶଯ୍ୟା ପୂର୍ଣ୍ଣ ରହିଛି ଏବଂ ୭୯୦୦ ଖାଲି ରହିଛି।