ବିହାରରେ ଦୁଇ ଉପମୁଖ୍ୟମନ୍ତ୍ରୀ

ପାଟନା: ବିହାରରେ ଏନଡିଏକୁ ବହୁମତ ମିଳିବା ପରେ ନୀତିଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। କିନ୍ତୁ ଏଥର ଉପମୁଖ୍ୟମନ୍ତ୍ରୀ ଭାବେ ସୁଶୀଲ ମୋଦୀ ନୁହେଁ ବରଂ ଆଉ ୨ଜଣ ଶପଥ ନେବାକୁ ଯାଉଛନ୍ତି। ଏଥର ବିଜେପି ତାରକିଶୋର ପ୍ରସାଦ ଓ ରେଣୁ ଦେବୀଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି। ଏଥିସହିତ ବିଧାନସଭା ଅଧ୍ୟକ୍ଷ ପଦ ମଧ୍ୟ ବିଜେପିରୁ ହେବ ବୋଲି ଜଣାପଡ଼ିଛି। ବିଜେପି ଓ ଜେଡିୟୁର ମୁଖ୍ୟ ନେତା ଗତକାଲି ବିଳମ୍ବିତ ରାତ୍ରିରେ ଏକ ବୈଠକ କରି ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ନୀତିଶ ବିଜେପି ସହ ମହାମେଣ୍ଟ କରି ଯେତେଥର ବି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସୁଶୀଲ ମୋଦୀ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ଆଉ ଏବେ ସୁଶୀଲଙ୍କୁ ଉପମୁଖ୍ୟମନ୍ତ୍ରୀ ବଦଳରେ କେନ୍ଦ୍ରୀୟ କ୍ୟାବିନେଟରେ ସ୍ଥାନ ମିଳିବ ବୋଲି ଜଣାପଡ଼ିଛି।