ବଦଳିଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାମରେ ହତ୍ୟା ମାମଲା ରୁଜୁ ହେବା ପରେ ଆଜି ତାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୂତନ ଜିଲ୍ଲାପାଳ ଭାବେ ୱାଇ ବିଜୟ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି।

ସୂଚନା ଅନୁସାରେ ଗତ ମାସ ୨୮ ତାରିଖରେ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ ଦେହ ସତୀଗୁଡ଼ା ଡ୍ୟାମରୁ ଊଦ୍ଧାର କରାଯାଇଥିଲା। ଏନେଇ ଦେବନାରାୟଣଙ୍କ ପରିବାର ପକ୍ଷରୁ ଅଫିସ କାର୍ଯ୍ୟ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପରିବାର କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। କୋର୍ଟର ନିର୍ଦ୍ଦେଶ ଅନୁସାରେ ପୁଲିସ ଜିଲ୍ଲାପାଳ ଓ ତାଙ୍କ ୪ ସହକର୍ମୀଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରୁଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇଛି।