ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ଜଗନ୍ନାଥ ନାଏକ ଅସୁସ୍ଥ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶ୍ରୀ ନାଏକ ବାଲେଶ୍ଵର ନିର୍ବାଚନ ପ୍ରଚାର ପରେ ଘରକୁ ଫେରି ଅସୁସ୍ଥ ହୋଇପଡ଼ିଥିଲେ। ଘରେ ଚିକିତ୍ସିତ ହେଉଥିଲେ ସୁଦ୍ଧା ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବତନ ବିଧାୟକ ହୃଷୀକେଶ ନାଏକ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବିଦ୍ୟାଧର ଦାଶ, କଂଗ୍ରେସ ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାଏକ, ମୂଷାଖରୀ ସରପଞ୍ଚ ଭାମାମଣି ଦାସ ଶ୍ରୀ ନାଏକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।