ମହାରାଷ୍ଟ୍ରରେ ଖୋଲିଲା ଧର୍ମାନୁଷ୍ଠାନ, ସିଦ୍ଧିବିନାୟକଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ମୁମ୍ବାଇ,ଏଜେନ୍ସି: ଆଜିଠାରୁ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକଙ୍କ ମନ୍ଦିର ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଛି। ଏଥିସହିତ ମହାରାଷ୍ଟ୍ରର ଅନ୍ୟାନ୍ୟ ଧର୍ମାନୁଷ୍ଠାନ ଗୁଡ଼ିକ ମଧ୍ୟ ଖୋଲିଛି। ଫଳରେ ଶ୍ରଦ୍ଧାଳୁଙ୍କ ମନରେ ଆନନ୍ଦର ଲହରି ଖେଳିଯାଇଛି। ଦୀର୍ଘ ଦିନ ପରେ ମନ୍ଦିର ଖୋଲିବା ପରେ ଭଗବାନଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ଏହି ପରିପ୍ରେକ୍ଷୀରେ ସିଦ୍ଧିବିନାୟକଙ୍କ ଦର୍ଶନ ପାଇଁ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚିଥିବା ଦେଖାଯାଇଛି।

ତେବେ କୋଭିଡ କଟକଣାକୁ ଭିତରେ ଠାକୁରଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସୂଚନାଯୋଗ୍ୟ, କରୋନା ଭୂତାଣୁ ବ୍ୟାପିବା ପରେ ଦେଶର ସମସ୍ତ ଧର୍ମାନୁଷ୍ଠାନଗୁଡ଼ିକ ମାର୍ଚ୍ଚ ମାସଠାରୁ ବନ୍ଦ କରାଯାଇଥିଲା। ଏବେ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବା ପରେ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଧର୍ମାନୁଷ୍ଠାନ ଗୁଡ଼ିକ ଖୋଲାଯାଉଛି।