କୋରାପୁଟ ଜିଲ୍ଲାରେ ଆଜି ୧୩ ପଜିଟିଭ୍

କୋରାପୁଟ,ଏନ୍ଏନ୍ଏସ୍: ଗୁରୁବାର କୋରାପୁଟ ଜିଲ୍ଲାରେ ୪ମହିଳାଙ୍କ ସମେତ ୧୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୫୯୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ କୋରାପୁଟ ଓ ସୁନାବେଡା ପୌରାଞ୍ଚଳରୁ ୨ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ବୈପାରିଗୁଡାରୁ ୩, ଜୟପୁର ବ୍ଲକରୁ ୨, କୋରାପୁଟ ବ୍ଲକରୁ ୨ ଏବଂ କୋଟପାଡ ଓ ନନ୍ଦପୁର ବ୍ଲକରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।