ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ ସିଆଳିଯୋଡ଼ା ଗ୍ରାମ ଘୁଣ୍ଟିବେଡା ସାହିର ଗୌରହରୀ ମହାନ୍ତଙ୍କ ଘରୁ ବୁଧବାର ୧୮୧ ଖଣ୍ଡ ବିଭିନ୍ନ ପ୍ରକାର କାଠର ଚୌକାଠ ଓ ଶାଳ ଗଣ୍ଡି ଜବତ କରିଛନ୍ତି। ଜବତ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାଏକ କହିଛନ୍ତି। ସମସ୍ତ ଜବତ କାଠକୁ ପାଟଣା ରେଞ୍ଜ କାର୍ଯ୍ୟାଳୟ କୁ ଅଣାଯାଇଥିବା ବେଳେ ଘର ମାଲିକ ଗୌରହରୀ ମହାନ୍ତଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ରେଞ୍ଜର କହିଛନ୍ତି। ଏହି ଚଢ଼ଉରେ ମୋବାଇଲ ସ୍କ୍ୱାର୍ଡ ଇନଚାର୍ଜ ବସନ୍ତ ମୁର୍ମୁ, ସାହାରପଡା ଫରେଷ୍ଟର ସୁନିତା ବାଘେଲ, ଖିରେଇଟାଙ୍ଗିରୀ ଫରେଷ୍ଟର ଅମୂଲ୍ୟ କୁମାର ସେନାପତି, ଫୋରେଷ୍ଟଗାର୍ଡ ନିରୂପମା ମହାକୁଡ଼, ରୂପଶ୍ରୀ ସାହୁ, କୁନ୍ତଳା ମହାନ୍ତ ସାମିଲ ଥିଲେ।