ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ହେଲା କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ ହେବାରେ ଲାଗିଛି। ଆଜି ୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୬୩କୁ ବୃଦ୍ଧି ପାଇଛି। ଆଜିର ଚିହ୍ନଟଙ୍କ ମଧ୍ୟରେ ମାଲକାନଗିରି ପୌର ପରିଷଦର ଜଣେ, ମାଲକାନଗିରି ବ୍ଲକର ୩ ଜଣ, ମାଥିଲି ବ୍ଲକର ୨ ଜଣ, ଖଇରପୁଟ ବ୍ଲକର ୩ ଜଣ, ପଡ଼ିଆ ବ୍ଲକର ୨ ଜଣ,କାଲିମେଳା ବ୍ଲକର ୪ ଜଣ, କୋରୁକୋଣ୍ଡା ବ୍ଲକର ଜଣେ ଓ ଚିତ୍ରକୋଣ୍ଡା ବ୍ଲକର ୩ ଜଣ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫୦୬୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୮୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୯୭ ଜଣ ଚିକିତ୍ସାଧୀନ ଅଛନ୍ତି।