ପାଟଣା,ଏନ୍ଏନ୍ଏସ୍: ଠକେଇ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ପୁଲିସ ବାରିଆ ଥାନା ବାର୍ହାପଶି ଗ୍ରାମର ରଞ୍ଜନ ମହାନ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୋଗ ଅନୁଯାୟୀ, ରଞ୍ଜନ ଢେଙ୍କାନାଳ ଜିଲ୍ଲା ଭାପୁରସ୍ଥିତ ସ୍ୱସ୍ତି ଆଗ୍ର ଫାର୍ମ ରୁ ୨୦୦ ରୁ ଉର୍ଦ୍ଧ୍ୱ ପେଟି ଅଣ୍ଡା ମଗାଇଥିଲେ। ଉକ୍ତ ଅଣ୍ଡା ପେଟିରୁ ୧୦୦ ପେଟି ଖୀରେଇଟାଙ୍ଗିରୀ ନିକଟରୁ ଆଉ ଏକ ପିକଅପରେ ଲୋଡ଼ କରି ନେଇଥିଲେ। ଅଣ୍ଡା ପେଟି ଗୁଡିକୁ ଡେଲିଭରୀ କରିଥିବା ଗାଡିର ଡ୍ରାଇଭର ଙ୍କୁ ଘରୁ ଟଙ୍କା ଆଣିଦେଉଛି କହି ଅଣ୍ଡା ପେଟି ଗୁଡିକ ନେଇ ଆଉ ଟଙ୍କା ଦେଉନଥିଲେ। ଏନେଇ ଅଣ୍ଡା ଡେଲିଭରି କରିଥିବା ଗାଡିର ଡ୍ରାଇଭର ଅଜୟ ନାଏକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ର ତଦନ୍ତ କରି ରଞ୍ଜନ ମୋବାଇଲକୁ ଟ୍ରାକ୍ କରି ଚମ୍ପୁଆ ଥାନା ବାସୁଦେବପୁରରୁ ଗିରଫ କରିବା ସହିତ ତାଙ୍କ ଠାରୁ ୫୦ ପେଟି ଅଣ୍ଡା ଜବତ କରିଛି।