୩ ଗଞ୍ଜେଇ ମାଫିଆଙ୍କ ୪କୋଟି ୭୭ଲକ୍ଷ ଟଙ୍କାର ସମ୍ପତ୍ତି ସିଲ୍

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି ଜେକେ ବେହେରା, ଡିଏସପି ଚନ୍ଦ୍ରଶେଖର ହୋତା, ଏସଡିପିଓ ଆଦିତ୍ୟ ସେନ୍, କୋଡ଼ିଙ୍ଗା ଥାନାଧିକାରୀଙ୍କ ୫ଜଣିଆ ତଦନ୍ତକାରୀ ଦଳ ୩ଜଣ ଗଞ୍ଜେଇ ମାଫିଆଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସିଲ୍ କରିଦେଇଛନ୍ତି। ଏନେଇ ଏସପି ଶ୍ରୀ କୁଶଲକର ସୂଚନା ଦେଇଛନ୍ତି। ଏସପି ଶ୍ରୀ କୁଶଲକରଙ୍କର ନିର୍ଦ୍ଦେଶରେ ଶୁକ୍ରବାର ପାପଡ଼ାହାଣ୍ଡି ଏସଡିପିଓ ଆଦିତ୍ୟ ସେନଙ୍କ ନେତୃତ୍ୱରେ କୋଡ଼ିଙ୍ଗା ଥାନାଧିକାରୀ ସରିତା ମହାପାତ୍ର, ଏସଆଇ ତେବଦତ୍ତ ଭୋଇଙ୍କ ସମେତ ଏଏସଆଇ ଓ ଆଆରବି ଫୋର୍ସ, କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ଉକିଆପାଲି ପଞ୍ଚାୟତର ପନାରଗୁଡ଼ା ଗ୍ରାମରେ ଥିବା ରମେଶ ମାଳି, ପ୍ରଭାକର ମାଳି, ଅନିରୁଦ୍ଧ ମାଳିଙ୍କ ସମେତ ୮ଜଣଙ୍କର ସମ୍ପତ୍ତି ପୁଲିସ ସିଲ୍ କରିଛି । ଏନଡିପିଏସ ଆକ୍ଟ କୋଲକତା ଅନୁଯାୟୀ, ସେମାନଙ୍କର ସମ୍ପତ୍ତି ସିଲ୍ କରାଯାଇଥିବା ସୂଚନା ମିଳିଛି। ୪ଟି ବିଲ୍ଡିଂ, ୧୦ଟି ବ୍ୟାଙ୍କ ଆକାଉଣ୍ଟ୍, ଜମି, ବାଇକ୍, ଟ୍ରାକ୍ଟର ଆଦି ଜବତ ହୋଇଛି। ପରିବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେହି ସମ୍ପତ୍ତିକୁ ବିକ୍ରିବଟା କିମ୍ବା ଅନ୍ୟ କୌଣସି କାର୍ଯ୍ୟ କରିପାରିବେ ନାହିଁ।

ପ୍ରକାଶଥାଉ କି, ଏମାନେ ପୂର୍ବରୁ ମାଲକାନଗିରିରୁ ଗଞ୍ଜେଇ ଚୋରାରେ ଆଣି ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଉଥିଲେ। ଏନେଇ ପାପଡ଼ାହାଣ୍ଡି ଓ ନବରଙ୍ଗପୁରରେ ମାମଲା ମଧ୍ୟ ରୁଜୁ ହୋଇ ତଦନ୍ତ ଚାଲୁଛି। ଅଭିଯୁକ୍ତମାନେ ଫେରାର୍ ଅଛନ୍ତି। ଆଜି ପୁଲିସ ସେମାନଙ୍କ ସମ୍ପତ୍ତି ଉପରେ ଛାପା ମାରିଛି ଫଳରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୪ଗୋଟି ଦୁଇତାଲା ବିଲ୍ଡିଂ ସମେତ ଅନ୍ୟ ଆସବାବାପତ୍ର ବ୍ୟବହାର ହୋଇପାରିବ ନାହିଁ।