ଗୋଟିଏ ଘରୁ ୬ ମୃତଦେହ ଉଦ୍ଧାର

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବରହ୍ମପୁର ଅନ୍ତର୍ଗତ କୁସୁମପଡ଼ାରେ ବୁଧବାର ଚାଞ୍ଚଲ୍ୟକର ଘଟଣା ଘଟିଛି। ଗୋଟିଏ ଘର ଭିତରେ ୬ ଜଣଙ୍କର ମୃତଦେହ ପଡିରହିଥିବା ସୂଚନା ମିଳିଛି। ଉକ୍ତ ଘର ବୁଲୁ ଜାନିଙ୍କର ବୋଲି ଜଣାପଡ଼ିଛି। ସେ ପେଶାରେ ମହୁ ବିକାଳିଥିଲେ। କିଛି ବର୍ଷ ହେବ କୁସୁମପଡ଼ାରେ ଘରକରି ରହୁଥିଲେ।

ସ୍ଥାନୀୟଲୋକଙ୍କ କହିବା ଅନୁଯାୟୀ, ଗତକାଲି କୌଣସି କାରଣରୁ ତାଙ୍କ ପରିବାରରେ କଳହ ହୋଇଥିଲା। ଆଜି ସକାଳୁ ଘରୁ କେହି ନ ବାହାରିବାରୁ ସ୍ଥାନୀୟଲୋକେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଆସି ଘରର କବାଟ ଫିଟାଇ ଭିତରକୁ ଯାଇଥିଲା। ଘର ଭିତରେ ୬ ଜଣଙ୍କ ମୃତ ଦେହ କମ୍ବଳ ଘୋଡାଇ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ପରେ ପୁଲିସ ଏନେଇ ସାଇଣ୍ଟିଫିକ୍ ଟିମକୁ ଘଟଣାସ୍ଥଳକୁ ଡାକି ଯାଞ୍ଚ କରୁଛି।