ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସ୍ ଆଜି ଏକ ବୋଲେରୋ ଗାଡ଼ି ସହିତ ୨୧ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି। କୌଣସି ସୂତ୍ରରୁ ଖବରପାଇ ଫିରିଙ୍ଗିଆ ପୁଲିସର ଏକ ଟିମ ଫିରିଙ୍ଗିଆ ଡିମିରିଗୁଡା ରାସ୍ତାର ସିମିଳିସାହି ଛକ ନିକଟରେ ତନଖି କରି ବୋଲେରୋକୁ ଧରିବାରେ ସଫଳ ହୋଇଛି। ଜବତ ଗଞ୍ଜେଇ ଭୁବନେଶ୍ୱର ଚାଲାଣ ହେଉଥିବା ତଦନ୍ତରୁ ଜଣାପଡ଼ିଛି। ଗିରଫ ବ୍ୟକ୍ତିମାନେ ହେଲେ ଡିମିରିଗୁଡା ଗ୍ରାମର ଲିପୁନ ଦଳବେହେରା, ସରତ ଦିଗାଳ ଏବଂ ଭରତ କହଁର।