ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ଲକ କାର୍ଯ୍ୟାଳୟରେ ୧୫ ଲକ୍ଷ ବ୍ୟୟ ଅଟକଳରେ ନବନିର୍ମିତ ୩ଟି କୋଠାକୁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଦାସ କହିଛନ୍ତି ଯେ, ବ୍ଲକସ୍ତରୀୟ ଅଧିକାରୀମାନେ ନୂତନ କାର୍ଯ୍ୟାଳୟ ସହ ଅଧିକ ଦାୟିତ୍ୱ ଗ୍ରହଣ କରି ଝାରସୁଗୁଡ଼ା ବ୍ଲକର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ କରନ୍ତୁ। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ବିଷୟରେ ଅବଗତ ହୋଇ ତା’ର ସମାଧାନ କରିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ। ବିଶେଷ କରି ଗ୍ରାମଞ୍ଚଳରେ ଚାଷ, ପାନୀୟ ଜଳ, ସ୍ୱାସ୍ଥ୍ୟ, ରାସ୍ତଘାଟ ଓ ବିଦ୍ୟୁତ ଆଦି ସମସ୍ୟାର ଶୀଘ୍ର ସମାଧାନ କରାଯାଉ ବୋଲି ଶ୍ରୀ ଦାସ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ପ୍ରକଳ୍ପ ଉନ୍ନୟନ ଅଧିକାରୀ ତପିରାମ ମାଝୀ, ଝାରସୁଗୁଡ଼ା ବିଡିଓ ପ୍ରସନ୍ନ ପାଣ୍ଡେ, ବ୍ଲକ ଚେୟାରମେନ ଦିଗାମ୍ବର ଭୋଇ ଓ ବିଶ୍ୱନାଥ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।