୮ମ ଥର ପାଇଁ ଭାରତ-ଚାଇନା କର୍ପସ କମାଣ୍ଡର ସ୍ତରୀୟ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ଏଲଏସି ସୀମାରେ ଲାଗିରହିଥିବା ଉତ୍ତେଜନା ପରିସ୍ଥିତିକୁ ନେଇ ୭ ଥର କମାଣ୍ଡର ସ୍ତରୀୟ ବୈଠକ ବସି ସାରିଥିବାବେଳେ କୌଣସି ସମାଧାନର ବାଟ ଫିଟି ପାରିନାହିଁ। ଭାରତ ପକ୍ଷରୁ ବୈଠକରେ ଶାନ୍ତି ପାଇଁ ପ୍ରସ୍ତାବ ଦିଆଯାଉଥିଲେ ସୁଦ୍ଧା ବାରମ୍ବାର ଚାଇନା ଏହି ପ୍ରସ୍ତାବର ଅବମାନନା କରିବା ସହିତ ଏଲଏସିରେ ସୀମା ଲଂଘୁଛି ଓ ଯୁଦ୍ଧ ପାଇଁ ସୈନ୍ୟ ଠୁଳ କରୁଛି। ଏହା ପରେ ମଧ୍ୟ ଏଲଏସିରେ ଶାନ୍ତି ଫେରାଇ ଆଣିବା ପାଇଁ ନଭେମ୍ବର ୯ ତାରିଖରେ ୮ମ ଥର ପାଇଁ ଭାରତ-ଚାଇନା କର୍ପସ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏଥିରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଭୁଲ ବୁଝାମଣାକୁ ସମାଧାନ କରିବା ସହିତ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ କରାଯିବ। ଏଥିରେ ଦୁଇ ଦେଶର ମୁଖ୍ୟ ଉପସ୍ଥିତ ରହି ଏହାର ସମାଧାନ କରିବେ ବୋଲି କୁହାଯାଇଛି।