ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲା

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଜି ୧୮ ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ପାର ହୋଇ ମୋଟ ସଂଖ୍ୟା ୫୦୦୧କୁ ବୃଦ୍ଧି ପାଇଛି। ଆଜିର ଚିହ୍ନଟଙ୍କ ମଧ୍ୟରେ ବାଲିମେଳା ଏନଏସିରେ ୨ ଜଣ, ମାଲକାନଗିରି ବ୍ଲକର ଜଣେ, ମାଥିଲି ବ୍ଲକର ଜଣେ, ପଡ଼ିଆ ବ୍ଲକର ୩ ଜଣ, ଖଇରପୁଟ ବ୍ଲକର ଜଣେ, କାଲିମେଳା ବ୍ଲକର ୭ ଜଣ ଓ ଚିତ୍ରକୋଣ୍ଡା ବ୍ଲକର ୩ ଜଣ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ , ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୫୦୦୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୬୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୩୦୩ ଜଣ ଚିକିତ୍ସାଧୀନ ରହିଛନ୍ତି।