୧୦ ତାରିଖରୁ ଜିଲ୍ଲାରେ ବନ୍ଦ ହେବ କୋଭିଡ କେୟାର ସେଣ୍ଟର

ଝାରସୁଗୁଡା,ଏନ୍ଏନ୍ଏସ୍: କୋରନା ଆକ୍ରାନ୍ତଙ୍କ ପାଇଁ କାର୍ଯ୍ୟକ୍ଷମ ଥିବା ଜିଲ୍ଲାର ୬ଟି କୋଭିଡ କେୟାର ସେଣ୍ଟର ଆସନ୍ତା ୧୦ ତାରିଖରୁ ବନ୍ଦ ହେବ। ତେବେ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତିର ଆବଶ୍ୟକତା ଥିବା କରୋନା ଆକ୍ରାନ୍ତମାନଙ୍କୁ ମଙ୍ଗଳବଜାରସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(୧୦୦ଶଯ୍ୟା), ଲଇକେରା ବ୍ଲକ କୁଅଁରମାଲସ୍ଥିତ ବାଳିକା ହଷ୍ଟେଲ ବିଲଡିଙ୍ଗ(୫୦ ଶଯ୍ୟା) ଏବଂ ବେଲପାହାଡ କଲେଜସ୍ଥିତ ବାଳକ ହଷ୍ଟେଲ ବିଲଡିଙ୍ଗ(୫୦ଶଯ୍ୟା) ରେ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଯୋଗ୍ୟ ଯେ, ଜିଲ୍ଲାରେ କୋରନା ଆକ୍ରାନ୍ତଙ୍କୁ ଚିକିତ୍ସାପାଇଁ ଏଚ କଂଟାପାଲିସ୍ଥିତ ପିକେଏସଏସ ଜୁନିଅର କଲେଜ, କୋଲାବିରାସ୍ଥିତ ପିଏସ ହାଇସ୍କୁଲ, ଝାରସୁଗୁଡାସ୍ଥିତ ଓଟିଡିସି ବିଲଡିଙ୍ଗ, ରେଣ୍ଟାଲ ଲେବର ହାଉସିଙ୍ଗ କମ୍ପେ୍ଲସ୍କ ଓ ବ୍ରଜାରନର କଲେଜରେ କୋଭିଡ କେୟାର ସେଣ୍ଟର କାର୍ଯ୍ୟକ୍ଷମ କରାଯାଇଥିଲା।