ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଗତକାଲି ତୁଳନାରେ ଆଜି ୫ ପ୍ରତିଶତ କମ୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭,୬୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଆଉ ୬୭୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ରହିଛି।
ଫଳରେ ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪,୧୧,୭୨୪ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୧,୨୪,୯୮୫କୁ ବୃଦ୍ଧି ପାଇଛି। ସେହିପରି କରୋନାରୁ ପୁଣି ୫୪,୧୫୭ ଜଣ ସୁସ୍ଥ ହୋଇ ମୋଟ ସୁସ୍ଥ ସଂଖ୍ୟା ୭୭,୬୫,୯୬୬ରେ ପହଞ୍ଚିଛି। ମୋଟ ସଂକ୍ରମଣରୁ ବର୍ତ୍ତମାନ ୫,୨୦,୭୭୩ ଜଣ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।