ସୋନପୁର,ଏନ୍ଏନ୍ଏସ୍: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜରେ ପୁଣି ହାତୀପଲଙ୍କ ଆତଙ୍କ ଦେଖିବାକୁ ମିଳିଛି। ଉକ୍ତ ରେଞ୍ଜ ଅନ୍ତର୍ଗତ ହାତୀପାହୁଲ ଗାଁରେ ଜଣେ ଲୋକକୁ ହାତୀ କଚାଡ଼ି ମାରି ଦେଇଥିବା ସୂଚନା ମିଳିଛି। ମୃତକ ଜଣଙ୍କ ହେଲେ ଉଗ୍ରସେନ ଭୋଇ(୫୭)।
ସୂଚନା ଅନୁସାରେ ଗତକାଲି ରାତିରେ ହାତୀପଲ ହାତୀପାହୁଲ ଗାଁକୁ ଫସଲ ଖାଇବାକୁ ଆସିଥିଲେ। ପରେ ସେମାନେ ଗାଁରେ ଉପଦ୍ରବ ଆରମ୍ଭ କରିଥିଲେ। ତେବେ ଗ୍ରାମବାସୀ ମିଳିତ ଭାବେ ହାତୀପଲକୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ଏକ ହାତୀ ଆସି ଉଗ୍ରସେନଙ୍କୁ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଗ୍ରସେନଙ୍କର ମୃତ୍ୟୁ ହୋଇଥିଲା। ତେବେ ହାତୀ ଆକ୍ରମଣର ଶିକାର ହୋଇ ଉଗ୍ରସେନଙ୍କର ମୃତ୍ୟୁ ହେବା ପରେ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। ରିପୋର୍ଟ ଲେଖାଯିବା ବେଳକୁ ବନ ବିଭାଗ ଘଟଣାସ୍ଥଳକୁ ପହଞ୍ଚିପାରି ନାହିଁ।