ନୂଆଦିଲ୍ଲୀ: ରିପବ୍ଲିକ ଟିଭିର ଏଡିଟର ଇନ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବମ୍ବେ ହାଇକୋର୍ଟ ପକ୍ଷରୁ ଆଜି ଅର୍ଣ୍ଣବଙ୍କୁ ଜାମିନ ମିଳିନାହିଁ। ଏଥିସହିତ ଜାମିନର ଶୁଣାଣୀ କାଲି ଅପରାହ୍ନ ୩ଟାରେ ହେବ ବୋଲି ଜଣାପଡ଼ିଛି। ଇଣ୍ଟେରିୟର ଡିଜାଇନରଙ୍କୁ କଥିତ ରୂପେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ମାମଲାରେ ହୋଇଥିବା ଗିରଫକୁ ବେଆଇନ ଦର୍ଶାଇ ଅର୍ଣ୍ଣବ ବମ୍ବେ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଅଲୀବାଗ କୋର୍ଟରେ ରାୟଗଢ଼ ପୁଲିସ ରିଭ୍ୟୁ ଆବେଦନ ପତ୍ର ଦାଖଲ କରିଛିି। ଏଥିରେ ଅର୍ଣ୍ଣବଙ୍କୁ ରିମାଣ୍ଡରେ ପଠାଇବା ପାଇଁ ଆବେଦନ କରାଯାଇଛିି। ବୁଧବାର କୋର୍ଟ ରିମାଣ୍ଡ ବଦଳରେ ଅର୍ଣ୍ଣବଙ୍କୁ ୧୪ ଦିନ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଏହା ବିରୋଧରେ ଅଲୀବାଗ ପୁଲିସ କୋର୍ଟରେ ରିଭ୍ୟୁ ଆବେଦନ ପତ୍ର ଦାଖିଲ କରିଛି। କୋର୍ଟ ଏହି ଆବେଦନ ପତ୍ରକୁ ଗ୍ରହଣ କରିନେଇଛି ଯାହାର ଶୁଣାଣୀ ଆସନ୍ତା ୭ ତାରିଖରେ ହେବ।