କୋରାପୁଟ,ଏନ୍ଏନ୍ଏସ୍: ଗୁରୁବାର କୋରାପୁଟ ଜିଲ୍ଲାରେ ୧୩ଜଣ ମହିଳାଙ୍କ ସମେତ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪୫୭ ରେ ପହଞ୍ଚିଛି। ଏଥିମଧ୍ୟରୁ ୫ ଜଣ ଆକ୍ରାନ୍ତ ଟିଏମସି ଓ ୯ଜଣ ହୋମ୍ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୪ଜଣ ପୂର୍ବ ଆକ୍ରାନ୍ତଙ୍କ ସଂଶ୍ୱର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। କୋରାପୁଟ ପୌରାଞ୍ଚଳରୁ ୩, ଜୟପୁର ପୌରାଞ୍ଚଳରୁ ୧, ସୁନାବେଡା ପୌରାଞ୍ଚଳରୁ ୪ ଏବଂ କୋଟପାଡ ଏନଏସିରୁ ୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ବନ୍ଧୁଗାଁ ବ୍ଲକରୁ ୧, ବୈପାରିଗୁଡାରୁ ୨, ବୋରିଗୁମ୍ମାରୁ ୪, ଜୟପୁର ବ୍ଲକରୁ ୧ ଓ କୋରାପୁଟ ବ୍ଲକରୁ ୩ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ କୋଟପାଡ ବ୍ଲକରୁ ଜଣେ ଚିହ୍ନଟ ହୋଇଥିବାବେଳେ କୁନ୍ଦୁରାରୁ ୧, ଲକ୍ଷ୍ମୀପୁରରୁ ୧,ପଟ୍ଟାଙ୍ଗିରୁ ୨ ଏବଂ ସେମିଲିଗୁଡା ବ୍ଲକରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନପକ୍ଷରୁ ସୂଚନା ମିଳିଛି।