ନେହରୁ ଯୁବକେନ୍ଦ୍ର ପକ୍ଷରୁ ବୈଠକ ଅନୁଷ୍ଠିତ

ଝାରସୁଗୁଡା,ଏନ୍ଏନ୍ଏସ୍: ନେହରୁ ଯୁବକେନ୍ଦ୍ର ଝାରସୁଗୁଡା ପକ୍ଷରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୁବ ଅଧିକାରୀ ରମେଶ କୁମାର ସୋନୀ ଏବଂ ଖେଳ ମନ୍ତ୍ରଣାଳୟର ଜିଲ୍ଲା କୋଡିନେଟର ଯଶୋବନ୍ତ ନାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଝାରସୁଗୁଡାର ୫ଟି ଯାକ ବ୍ଲକର ରାଷ୍ଟ୍ରୀୟ ଯୁବ ସ୍ୱଂୟ ସେବକମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ସେମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ସମସ୍ତ ତାଲିମ କାର୍ଯ୍ୟକ୍ରମରେ ଭାଗନେବା ସହ ଅନ୍ୟଙ୍କୁ ଏନେଇ ଅବଗତ କରିବା ପାଇଁ କୁହାଯାଇଛି। ଯାହାଫଳରେ ଝାରସୁଗୁଡାର ସମସ୍ତ ଯୁବ ଗୋଷ୍ଠୀ ସ୍ୱାବଳମ୍ବୀ ହେବାସହ ରୋଜଗାରକ୍ଷମ ହୋଇପାରିବେ। ପ୍ରକାଶ ଯୋଗ୍ୟ ଯେ, ଦେଶରେ ନେହରୁ ଯୁବକେନ୍ଦ୍ର୍ରର ୬୨୩ଟି କେନ୍ଦ୍ର ରହିଛି। ଭାରତ ସରକାରଙ୍କ ଦ୍ୱାରା ଆୟୋଜନ କରାଯାଉଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମକୁ ନେହରୁ ଯୁବକେନ୍ଦ୍ର ସହିତ ଜଡିତ ୟୁଥ କ୍ଲବର ମାଧ୍ୟମରେ କରାଯାଇଥାଏ। ଏହାଫଳରେ ଗ୍ରାମୀଣ ଅଞ୍ଚଳରେ ରହୁଥିବା ଯୁବକ ଯୁବତୀ ମଧ୍ୟ ଲାଭାନ୍ୱିତ ହୋଇପାରନ୍ତି।