ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜି ଫୁଲ ବିଲଡିଙ୍ଗ୍ ଇଭାକୁଏସନ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଛି। ବିମାନ ବନ୍ଦରରେ କୌଣସି ଆପାତକାଳୀନ ପରିସ୍ଥିତି ସୃଷ୍ଟି ହେଲେ ସେଥିରୁ କିପରି ସମସ୍ତଙ୍କୁ ରକ୍ଷା କରାଯାଇ ପାରିବ ଅଭ୍ୟାସ କରାଯାଇଛି। ଫୁଲ୍ ବିଲ୍ଡିଙ୍ଗ ଇଭାକୁଏସନ ପରିସ୍ଥିତିରେ ବିମାନ ବନ୍ଦର କର୍ତ୍ତୃପକ୍ଷ କି କି ପଦକ୍ଷେପ ଗ୍ରହଣ କରିବେ ସେ ବିଷୟରେ ବେସାମରିକ ବିମାନ ଚଳାଚଳ ନିୟମାବଳୀ ଅନୁସାରେ ପ୍ରତି ୨ବର୍ଷରେ ବିମାନବନ୍ଦରଗୁଡିକରେ ଏହିପରି କର୍ମଶାଳା ଅନୁଷ୍ଠିତ କରାଯାଏ ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି କହିଛନ୍ତି। ଏହି ମକ୍ ଡ୍ରିଲରେ ଅଭ୍ୟାସ ସମୟରେ ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି , ମୁଖ୍ୟ ସୁରକ୍ଷା ଅଧିକାରୀ ସୁବାସ ଭୋଇ, ଅଗ୍ନିଶମ ବିଭାଗ ତଥା ବିମାନ ବନ୍ଦରର ଅନ୍ୟ କର୍ମଚାରୀ ଓ ଅଧିକାରୀମାନେ ଭାଗନେଇଥିଲେ।