ଭର୍ଚୁଆଲ ଗ୍ଲୋବାଲ ଇନଭେଷ୍ଟର ରାଉଣ୍ଡଟେବୁଲର ଅଧ୍ୟକ୍ଷତା କରିବେ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତାକାଲି ତଥା ଗୁରୁବାର ଠାରୁ ଭର୍ଚୁଆଲ ଇନଭେଷ୍ଟର ରାଉଣ୍ଡ ଟେବୁଲ ବୈଠକ ଅନୁଷ୍ଠିତ ହେଉଥିବାବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ। ଏଥିରେ ଭାରତର ଅର୍ଥନୈତିକ ଓ ପୁଞ୍ଜି ବିନିଯୋଗ ଦୃଷ୍ଟିକୋଣ, ଗଠନମୂଳକ ସଂସ୍କାର ଏବଂ ୫ ଟ୍ରିଲିୟନ ଡଲାର ଅର୍ଥନୀତି ପାଇଁ ଆଲୋଚନା ହେବ।
ଏହି ବୈଠକରେ ବିଶ୍ୱର ୨୦ଟି ବଡ଼ ପେନସନ ଆଣ୍ଡ ସୋଭରିଜେନ ୱେଲ୍‌ଥ ଫଣ୍ଡ(ଯାହାର ୬ ଟ୍ରିଲିୟନ ସମ୍ପତ୍ତି ଅଛି) ସେମାନେ ଅଂଶ ଗ୍ରହଣ କରିବେ। ସେହିପରି ବିଶ୍ୱ ସ୍ତରୀୟ ଆନୁଷ୍ଠାନ ଯଥା-ଆମେରିକା, ୟୁରୋପ, କାନାଡା, କୋରିଆ, ଜାପାନ, ଦ ମିଡିଲ ଇଷ୍ଟ, ଅଷ୍ଟ୍ରେଲିଆ ଓ ସିଙ୍ଗାପୁରର ନିବେଶକମାନେ ଭାଗ ନେବେ।