ଦେଶରେ ଗତ ୨୪ ଘଣ୍ଟାରେ ୪୬,୨୫୩ କୋଭିଡ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଗତକାଲି ତୁଳନାରେ ଆଜି ଅଧିକ ୨୦ ପ୍ରତିଶତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗତ ୭ ସପ୍ତାହ ହେଲା ଦେଶରେ ହାରାହାରି ନୂଆ କରୋନା ସଂକ୍ରମଣ କମ ହୋଇଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୪୬,୨୫୩ ଜଣ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ସେହିପରି ୫୩,୩୫୭ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।

ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୮୩ ଲକ୍ଷ ୧୩ ହଜାର ୮୭୭ରେ ପହଞ୍ଚିଛି। ସେଥିରୁ ୫ ଲକ୍ଷ ୫୩ ହଜାର ୭୮୭ ଜଣ ସକ୍ରିୟ ଥିବାବେଳେ ୭୬ ଲକ୍ଷ ୫୬ ହଜାର ୪୭୮ ଜଣ ସୁସ୍ଥ ହୋଇସାରିଛନ୍ତି। ଅନ୍ୟପଟେ ଗତ ୨୪ ଘଣ୍ଟାରେ ୫୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୭ ହଜାର ୬୧୮କୁ ବୃଦ୍ଧି ପାଇଛି।
ଏହି ପରିପ୍ରେକ୍ଷୀରେ ଦିଲ୍ଲୀ, କେରଳ, ପଶ୍ଚିମ ବଙ୍ଗଳା ଓ ମଣିପୁରରେ କରୋନା ମିଟରରେ ବୃଦ୍ଧି ହୋଇଥିବା ଜଣାପଡ଼ିଛି।