ଅର୍ଣ୍ଣବଙ୍କ ଗିରଫ ଜରୁରୀକାଳୀନ ଦିନକୁ ମନେପକାଉଛି: ପ୍ରକାଶ ଜାଭେଦକର

ନୂଆଦିଲ୍ଲୀ,ଏଜେନ୍ସି: ରିପବ୍ଲିକ ଟିଭି ସମ୍ପାଦଙ୍କୁ ଗିରଫ ଘଟଣା ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ମୁମ୍ବାଇ ପୁଲିସକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି କି ମୁମ୍ବାଇ ପୁଲିସ ପ୍ରେସ ସ୍ୱାଧୀନତା ଉପରକୁ ଆକ୍ରମଣ କରିଛି। ଏଥିସହିତ ଏହାକୁ ଜରୁରୀକାଳୀନ ଦିନ ସହିତ ତୁଳନା କରିଛନ୍ତି। ଏନେଇ ସେ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହିତ ସେ କହିଛନ୍ତି କି ଏକ ସାମ୍ବାଦିକ ସହିତ ବ୍ୟବହାରର ଠିକ୍ ଉପାୟ ନୁହେଁ। ତେବେ ଏହି ଭଳି ଏକ ପରିସ୍ଥିତିରୁ ସୃଷ୍ଟି ହୋଇଥିବା ଜରୁରୀକାଳୀନ ଦିନ କଥା ମନେ ପଡ଼ିଗଲା ବୋଲି ଶ୍ରୀ ଜାଭେଦକର ସୂଚନା ଦେଇଛନ୍ତି। ଏନେଇ ମନ୍ତ୍ରୀ ଟୁଇଟ କରି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଆଜି ସକାଳେ ମୁମ୍ବାଇ ପୁଲିସ ବିନା ନୋଟିସ ଦେଇ ଅଚାନକ ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରିଥିଲା। ଏଥିସହିତ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ।