ନୂଆଦିଲ୍ଲୀ,ଏଜେନ୍ସି: ୧୯୬୨ ମସିହା ପରେ ପ୍ରଥମଥର ପାଇଁ ଚଳିତବର୍ଷ ଅକ୍ଟୋବରରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ହାରାହାରି ସର୍ବନିମ୍ନ ତାପମାତ୍ରା ଅନୁଭୂତ ହୋଇଥିବା ଜାତୀୟ ପାଣିପାଗ ବିଭାଗ(ଆଇଏମଡି) ବିଭାଗ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଆଇଏମଡି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଚଳିତବର୍ଷ ଅକ୍ଟୋବରରେ ଦିଲ୍ଲୀରେ ହାରାହାରି ସର୍ବନିମ୍ନ ତାପମାତ୍ରା ୧୭.୨ଡିଗ୍ରୀ ସେଲସିୟମ୍ ରେକର୍ଡ କରାଯାଇଛି। ଏହା ପୂର୍ବରୁ ୧୯୬୨ରେ ଶେଷଥର ପାଇଁ ଦିଲ୍ଲୀରେ ଅକ୍ଟୋବର ମାସରେ ସର୍ବନିମ୍ନ ୧୬.୯ଡିଗ୍ରୀ ସେଲ୍ସିୟମ୍ ତାପମାତ୍ରା ଅନୁଭୂତ ହୋଇଥିଲା। ରାଜଧାନୀରେ ପବନ ପ୍ରବାହ ଏବଂ ବାଦଲ ନଥିବା କାରଣରୁ ତାପମାତ୍ରା କମ୍ ରହିଥିବା ଆଇଏମଡି ବୈଜ୍ଞାନିକଙ୍କ ପକ୍ଷରୁ କୁହାଯାଇଛି। ଏଥିସହ ନଭେମ୍ବର ୧ରେ ଦିଲ୍ଲୀର ତାପମାତ୍ରା ୧୦ଡିଗ୍ରୀ ସେଲସିୟସରେ ପହଞ୍ଚିପାରେ ବୋଲି ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଦିଲ୍ଲୀର ତାପମାତ୍ରା ୧୨.୫ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଗୁରୁବାର ରେକର୍ଡ କରାଯାଇଥିବା ତାପମାତ୍ରା ଗତ ୨୬ବର୍ଷ ମଧ୍ୟରେ ଦିଲ୍ଲୀରେ ଅନୁଭୂତ ହୋଇଥିବା ତାପମାତ୍ରାଠାରୁ ସର୍ବନିମ୍ନ ଥିଲା।