ବାଲିଅନ୍ତା, ଏନ୍ଏନ୍ଏସ୍: ବାଲିଅନ୍ତା ଥାନା ଭିଙ୍ଗାରପୁର ବ୍ରିଜ ନିକଟରେ ଥିବା କୁଶଭଦ୍ରା ନଦୀରେ ଏକ ଭାସୁଛି ମୃତଦେହ । ମୃତ ଦେହର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ସୂଚନା ଅନୁସାରେ, କୁଶଭଦ୍ରା ନଦୀରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ କେଉଁ ପରିସ୍ଥିତିରେ ମୃତଦେହ ଟି ଏଠାକୁ ଆସିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ମହିଳାଙ୍କ ବୟସ ପାଖାପାଖି ୪୦ ରୁ ୪୫ ବର୍ଷ ବୟସ ହେବ ବୋଲି ଆନୁମାନ କରାଯାଉଛି । ଆଜି ସକାଳେ ନଦୀକୁ କିଛି ବ୍ୟକ୍ତି ଯାଇଥିବା ବେଳେ ମୃତ ଦେହଟି ଭାସୁଥିବା ଦେଖିଥିଲେ । ଏନେଇ ବାଲିଅନ୍ତା ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବାଲିଅନ୍ତା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି।