ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟୁଇଟରର ଏକ ପୋଷ୍ଟକୁ ନେଇ ଆଜି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଏଥିସହିତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ସୂଚନା ଅନୁସାରେ ବିହାର ନିର୍ବାଚନ ପାଇଁ ରାହୁଲ ତାଙ୍କର ଟୁଇଟର ଏକାଉଣ୍ଟରେ ପୋଷ୍ଟରେ ଲେଖିଛନ୍ତି ଯେ, ଏଥର ନ୍ୟାୟ, ରୋଜଗାର ଓ କୃଷି ଶ୍ରମିକଙ୍କ ପାଇଁ ଆପଣଙ୍କ ଭୋଟ ଖାଲି ମହାଗଠବନ୍ଧନକୁ। ବିହାରର ପ୍ରଥମ ଚରଣ ମତଦାନରେ ଆପଣମାନଙ୍କୁ ଶୁଭକାମନା ଦେବା ସହିତ ହ୍ୟାସ ଟ୍ୟାଗରେ ଆଜି ବଦଳିବ ବିହାର ବୋଲି କହିଛନ୍ତି।
