ପଡିଆରୁ ଥାଇ ଅନୁଷ୍କାଙ୍କୁ ଇସାରାରେ କଣ କହିଲେ କୋହଲି, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ, ଏଜେନ୍ସି: ଖୁବଶୀଘ୍ର ବିରାଟ କୋହଲିଙ୍କ ଘରକୁ ଆସିବ ନୂଆ ଅତିଥି। ଏଥିପାଇଁ ଅନୁଷ୍କା ଓ କୋହଲି ବେଶ ଖୁସି ଅଛନ୍ତି। ଆଇପିଏଲରେ ବିରାଟ କୋହଲି ବ୍ୟସ୍ତ ଥିବାରୁ ୟୁଏଇରେ ତାଙ୍କ ସାଥିରେ ଅଛନ୍ତି ଅନୁଷ୍କା। ଷ୍ଟାଡିୟମ ବାହାରେ ରହି ଅନୁଷ୍କା ବିରାଟଙ୍କ ଉତ୍ସାହ ବଢାଉଛନ୍ତି। ଚଳିତବର୍ଷ କୋହଲି ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୁରୁକୁ ବିଜୟୀ କରାଇବାରେ ବ୍ୟସ୍ତ ଥାଇ ମଧ୍ୟ ଅନୁଷ୍କାଙ୍କ ଧ୍ୟାନ ମଧ୍ୟ ରଖୁଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ପଡିଆରେ ଅଛନ୍ତି ବିରାଟ କୋହଲି ଏବଂ ଷ୍ଟାଡିୟମରେ ଛିଡା ହୋଇଛନ୍ତି ଅନୁଷ୍କା। ଏହି ସମୟରେ ଇସାରାରେ ବିରାଟ ଅନୁଷ୍କାଙ୍କୁ ଖାଇଚକିନାହିଁ ପଚାରୁଛନ୍ତି। ଏହି ଭିଡିଓ ଚେନ୍ନାଇ ସୁପରକିଙ୍ଗସ ଏବଂ ବାଙ୍ଗାଲୁରୁ ମଧ୍ୟରେ ହେଉଥିବା ମ୍ୟାଚରେ ଦେଖିବାକୁ ମିଳିଥିଲା।