ବିହାରରେ ରାହୁଲ: ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ପ୍ରତିଶ୍ରୁତି ପରି ବିହାରରେ ୧୯ ଲକ୍ଷ ନିଯୁକ୍ତି ଦେବ ବିଜେପି

ବାଗଲପୁର,ଏଜେନ୍ସି: କଂଗ୍ରେସର ନେତା ରାହୁଲ ଗାନ୍ଧୀ ଆଜି ବିହାର ନିର୍ବାଚନୀ ପ୍ରଚାରରେ ଯୋଗଦେଇ ବିଜେପି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ବିଜେପି ନିର୍ବାଚନ ସମୟରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଜମା କଲା ପ୍ରତିଶ୍ରୁତି ସଦୃଶ ବିହାରରେ ୧୯ ଲକ୍ଷ ନିଯୁକ୍ତି ସୃଷ୍ଟ କରିବ।

ନିର୍ବାଚନ ପ୍ରଚାରକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ରାଜ୍ୟର ଚାଷୀ, ମଧ୍ୟମ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି। ଏଥିସହିତ ସେ କହିଛନ୍ତି କି ମୋଦୀ ନିଜକୁ ଜାତୀୟବାଦୀ କହିଲେ ମଧ୍ୟ ଗତ ୬ ବର୍ଷ ଭିତରେ ଦେଶକୁ ଦୁର୍ବଳ କରିଦେଇଛନ୍ତି। ସେହିପରି ଅର୍ଥନୀତିକୁ ତଳକୁ ଖସାଇ ଦେବା ସହିତ ଚାଷୀଙ୍କ ଉପରେ ଅତ୍ୟାଚାର କରିଥିବା ରାହୁଲ ତାଙ୍କ ନିର୍ବାଚନୀ ପ୍ରଚାରରେ କହିଛନ୍ତି।